ଜନ୍ମ
ସ୍ବପ୍ନ ଭରା ମହକ
ଆଶାତୀତ ଭବିଷ୍ୟତର
କଳ୍ପନା ନେଇ
ଫୁଟିଗଲା ପରେ
ଆୟୁଷରେ ବନ୍ଧା
ଜୀବନ
ଜୀବନ ଟା ଏଇମିତି
କିଛି ହସ ଆଉ ଲୁହର
ଆଶା ଆଉ ହତାଶାର
ଅବିରତ ସଂଗ୍ରାମ
ବେଳେ ବେଳେ ସ୍ବପ୍ନ ସବୁ
ସତ୍ତାହୀନ ହୁଏ
ଭୋକର ଦାନବ ତଂଟି ଚିପି
ରକ୍ତ ଶୋଷି ନିଏ
ତଥାପି ଜାରୀ ରହେ
ବଂଚିବାର ପ୍ରୟାସ
ମୃତ୍ୟୁ
ଦିଗବଳୟର ଅନ୍ତ
ଅନ୍ତ ଅଶା ଆଉ ସୃତିର
ଦୁଖଃ ଆଉ ସୁଖ ର
ତାପରେ ଛା ଇଯାଏ
ଘୋର୍ ଅନ୍ଧକାର
ଏଇତ ସୂର୍ୟାସ୍ତ
ପ୍ରତିବିମ୍ବ
ଯେତେବେଳେ ଚେଷ୍ଟା କରେ
ତୁମ ରୁପ ଦେଖିବାକୁ
ଜିତି ବି ହାରିଯାଏ
ଦେଖିବାକୁ ପାଏ ଭବିଷ୍ୟତକୁ....
ପ୍ରତି ମୁହୁର୍ତ୍ତର ଅବେଗ
ପଛରେ ପଡିଯାଏ
ବହୁତ୍ ପଛରେ......
ଯେତେବେଳେ ତୁମ ପ୍ରୀତିଭରା
ଚୋରା ଚାହାଣୀ
ଧରାପଡେ ମୋ ଆଖିରେ
କହି ହୁଏ ନି ମୋ ଅବ୍ୟକ୍ତ ଭାଷା
ମୁକ୍ତ ବିହଂଗ ପରି ଭାସିଯାଏ
ବହୁତ୍ ଆଗକୁ ......
ସତ୍ୟାନୁଲବଧି
୧.ଭୋକ ଓ ଶୋଷ କାହିଁକି ?ମଣିଷକୁ କର୍ମ ତତ୍ପର କରିବା ପାଇଁ |ଅଲସୁଆପଣ ତ୍ୟାଗ କରିବା ପାଇଁ |
୨.ଦୁଖଃ ଓ ସୁଖ କ 'ଣ ପାଇଁ ଭଗବାନ୍ ଦେଲେ |ଖାଲି ସୁଖ ଦେଇଥିଲେ ହୋଇ ନ ଥାନ୍ତା ?
ଜୀବନରେ ଦୁଖଃ ନ ଆସିଲେ ସୁଖର ମହତ୍ତ୍ଵ ବୁଝି ହୁଏନା |
୩.ମଣିଷର ଅସଲ ଶତ୍ରୁ କିଏ ?
କାମ ,କ୍ରୋଧ ,ଲୋଭ,ମୋହ ,ହିଂସା ହିଁ ମଣିଷର ଅସଲ ଶତ୍ରୁ |
୪.ନ୍ୟାୟ ସାଂଗେ ଅନ୍ୟାୟ,ଭଲ ସଂଗେ ମନ୍ଦ,ସତ୍ୟ ସଂଗେ ମିଥ୍ୟା ଭଗବାନ୍ କାହିଁକି ସୃଷ୍ଟି କଲେ ?କେବଳ ଭଲ ଜିନିଷସବୁ ଦେଇଥିଲେ ହେଇ ନ ଥା'ନ୍ତା ?ଯେମିତି ନ୍ୟାୟ ,ସତ୍ୟ,ହସ ଖୁସି ଇତ୍ୟାଦି ..
ମଣିଷକୁ ଈଶ୍ଵରଂକ ଶ୍ରେଷ୍ଟ ଉପହାର ହେଉଛି ମଣିଷର ବିଚାର କରିବାର ଶକ୍ତି |ମଣିଷ ଏହା ବଳରେ ଜାଣି ପାରେ ଠିକ କଣ ଭୁଲ୍ କଣ ନ୍ୟାୟ କଣ ଅନ୍ୟାୟ କଣ |
୫..................କ୍ରମଶଃ ........